close
Jump to content

ଗତିକୃଷ୍ଣ ମିଶ୍ର

ଉଇକିପିଡ଼ିଆ‌ରୁ
ଜଷ୍ଟିସ

ଗତିକୃଷ୍ଣ ମିଶ୍ର
ଓଡ଼ିଶାର ମୁଖ୍ୟ ବିଚାରପତି
କାର୍ଯ୍ୟକାଳ
୧ ମଇ ୧୯୬୯  ୩୦ ଅକ୍ଟୋବର ୧୯୭୫
ପୂର୍ବ ଅଧିକାରୀସତ୍ୟ ଭୂଷଣ ବର୍ମନ୍
ପର ଅଧିକାରୀଶିବ ନାରାୟଣ ଶଙ୍କର
ରାଜ୍ୟପାଳ, ଓଡ଼ିଶା (କାର୍ଯ୍ୟକାରୀ)
କାର୍ଯ୍ୟକାଳ
୨୧ ଅଗଷ୍ଟ ୧୯୭୪  ୨୫ ଅକ୍ଟୋବର ୧୯୭୪
ପୂର୍ବ ଅଧିକାରୀଆକବର ଅଲୀ ଖାଁ
ପର ଅଧିକାରୀବସପ୍ପା ଦନପ୍ପା ଜତ୍ତି
ରାଜ୍ୟପାଳ, ଓଡ଼ିଶା (କାର୍ଯ୍ୟକାରୀ)
କାର୍ଯ୍ୟକାଳ
୧ ଜୁଲାଇ ୧୯୭୨  ୮ ନଭେମ୍ବର ୧୯୭୨
ପୂର୍ବ ଅଧିକାରୀବସପ୍ପା ଦନପ୍ପା ଜତ୍ତି
ପର ଅଧିକାରୀଯୋଜେନ୍ଦ୍ର ସିଂହ
ବ୍ୟକ୍ତିଗତ ସବିଶେଷ
ଜନ୍ମଗଇଲୋ, ଢେଙ୍କାନାଳ, ଓଡ଼ିଶା
ମୃତ୍ୟୁ୬ ଜୁଲାଇ ୨୦୦୯(2009-07-06) (ବୟସ ୯୭)
କଟକ
ଜାତୀୟତାଭାରତୀୟ
ଶିକ୍ଷାବି.ଏ., ଏଲ.ଏଲ.ବି.
ଶିକ୍ଷାନୁଷ୍ଠାନପାଟଣା ବିଶ୍ୱବିଦ୍ୟାଳୟ

ଗତିକୃଷ୍ଣ ମିଶ୍ର, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସପ୍ତମ ମୁଖ୍ୟ ବିଚାରପତି ଥିଲେ (୦୧.୦୫.୧୯୬୯ - ୩୦.୧୦.୧୯୭୫) ।[] ୧୯୬୯ ମଇ ପହିଲାରେ ସେ ଏହି ଆସନ ଅଳଙ୍କୃତ କରିଥିଲେ । ଏହି ପଦବୀରେ ସେ ଛଅ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ ।[]

ବୃତ୍ତିଗତ ଜୀବନ

[ସମ୍ପାଦନା]

ଢେଙ୍କାନାଳ ଜିଲ୍ଲାର ଗଇଲୋ ଗ୍ରାମରେ ଜନ୍ମିତ ଶ୍ରୀ ମିଶ୍ରଙ୍କ ପ୍ରାଥମିକ ଶିକ୍ଷା ନିଜ ଗାଁ ବିଦ୍ୟାଳୟରେ ସମ୍ପନ୍ନ ହୋଇଥିଲା । ପାଟନା ବିଶ୍ୱବିଦ୍ୟାବିଦ୍ୟାଳୟରେ ୧୯୩୭ରେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରି ପାଟନାରେ ହିଁ ଆଇନ ଶିକ୍ଷା ସମାପ୍ତ କଲେ ଓ ତାପରେ ସେ ଓଡ଼ିଶା ଫେରିଥିଲେ । ୧୯୪୦ରେ କଟକରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ୧୯୪୩ରେ ସେ ମୁନ୍‌ସଫ୍ ଭାବେ ସରକାରୀ ଚାକିରିରେ ଯୋଗ ଦେଲେ । ପରେ ସବ୍ ଜଜ୍ ପାହ୍ୟାକୁ ଉନ୍ନିତ ହୋଇ ବିଭିନ୍ନ ସ୍ଥାନରେ ଏହି ଦାୟିତ୍ୱ ତୁଲାଇ ଥିଲେ । ତେବେ ୧୯୫୦ ମସିହାରେ ସରକାରୀ ଚାକିରିରୁ ଇସ୍ତଫା ଦେଇ ଓକିଲାତି ବ୍ୟବସାୟ ଆରମ୍ଭ କରିଥିଲେ । ବାର ବର୍ଷ ପରେ ଅର୍ଥାତ, ୩୦.୦୧.୧୯୬୨ରେ ଓଡ଼ିଶା ଉଚ୍ଚ ନ୍ୟାୟାୟଳରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହେଲେ ।

ମୁଖ୍ୟ ବିଚାରପତି ପଦବୀରେ ଥିବା ବେଳେ ସେ ୧ ଜୁଲାଇ ୧୯୭୨ଠାରୁ ୮ ନଭେମ୍ବର ୧୯୭୨ ଓ ୨୧ ଅଗଷ୍ଟ ୧୯୭୪ଠାରୁ ୨୫ ଅକ୍ଟୋବର ୧୯୭୪ ପର୍ଯ୍ୟନ୍ତ ଦୁଇଥର ଓଡ଼ିଶାର ରାଜ୍ୟପାଳ (କାର୍ଯ୍ୟକାରୀ) ଦାୟିତ୍ୱ ନିର୍ବାହ କରିଥିଲେ ।[][]

ଜୁଲାଇ ୦୬, ୧୯୯୨ରେ ତାଙ୍କର ଦେହାବସାନ ହେଲା ।[] ମୃତ୍ୟୁ ବେଳକୁ ତାଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ଥିଲେ ।

  1. "Former Chief Justices". orissahighcourt.nic.in. Retrieved 7 July 2015.
  2. "ଦୃଢମନା ନିରପେକ୍ଷ ବିଚାରପତି". 6 July 2015. Archived from the original on 9 July 2015. Retrieved 6 July 2015.
  3. "Governors List- Odisha". Odisha Info. Archived from the original on 8 July 2015. Retrieved 6 July 2015.
  4. Dash, Vivekananda. "Odisha headed by a non-warranted non-notified Governor !". HotnHitNews. Archived from the original on 7 July 2015. Retrieved 6 July 2015.
  5. "Former Orissa HC chief justice Gati Krushna Mishra passes away". Hindustan Times. July 06, 2009. Archived from the original on 6 July 2015. Retrieved 6 July 2015. {{cite news}}: Check date values in: |date= (help)