ଜାପାନୀ ଉଇକିପିଡ଼ିଆ
| Wikipedia-logo-v2-ja.svg | |
| ୟୁ.ଆର.ଏଲ | ja |
|---|---|
| ବ୍ୟବସାୟିକ | No |
| ସାଇଟର ପ୍ରକାର | Online encyclopedia |
| ରେଜେଷ୍ଟ୍ରିକରଣ | Optional |
| ମିଳୁଥିବା ଭାଷା | Japanese |
| କଣ୍ଟେଣ୍ଟ ଲାଇସେନ୍ସ | Creative Commons Attribution/ Share-Alike 4.0 (most text also dual-licensed under GFDL) Media licensing varies |
| ମାଲିକ | Wikimedia Foundation |
| ଏବେକାର ସ୍ଥିତି | Active |
ଜାପାନୀ ଉଇକିପିଡ଼ିଆ (ଜାପାନୀ: ウィキペディア日本語版, ୱିକିପେଦେଇଆ ନିହୋଙ୍ଗ୍-ବାନ୍, ଶାବ୍ଦିକ ଅର୍ଥ: ଉଇକିପିଡ଼ିଆ—ଜାପାନୀ ଭାଷା ସଂସ୍କରଣ) ହେଉଛି ଅନଲାଇନ୍ ମୁକ୍ତ ବିଶ୍ୱକୋଷ ଉଇକିପିଡ଼ିଆର ଜାପାନୀ ଭାଷା ସଂସ୍କରଣ। ୧୧ ମେ ୨୦୦୧ ତାରିଖରେ ଏହି ଉଇକିପିଡ଼ିଆର ଯାତ୍ରା ଆରମ୍ଭ ହୋଇଥିଲା[୧] ଏବଂ ଜାନୁଆରୀ ୨୦୨୬ ଅନୁସାରେ ଏହି ଉଇକିପିଡ଼ିଆରେ ମୋଟ ୧୪,୮୬,୨୪୯ଟି ନିବନ୍ଧ, ୨୫,୮୯୨ ଜଣ ବ୍ୟବହାରକାରୀ, ୪୦ ଜଣ ପ୍ରଶାସକ ଓ ୬,୧୫୮ଟି ଫାଇଲ୍ ରହିଛି।
ଇତିହାସ
[ସମ୍ପାଦନା]୨୦୦୧ ମସିହାରେ ଇଂରାଜୀ ବ୍ୟତୀତ ତିନୋଟି ଉଇକିପିଡ଼ିଆ ଆରମ୍ଭ ହୋଇଥିଲା—ଜର୍ମାନ ଉଇକିପିଡ଼ିଆ, କାଟାଲାନ ଉଇକିପିଡ଼ିଆ ଏବଂ ଜାପାନୀ ଉଇକିପିଡ଼ିଆ।[୨] ଜାପାନୀ ଉଇକିପିଡ଼ିଆର ପ୍ରଥମ ଠିକଣା ଥିଲା https://web.archive.org/web/20010405154539/http://nihongo.wikipedia.com/ । ପ୍ରାରମ୍ଭିକ ସମୟରେ ସଫ୍ଟୱେୟାରରେ ଜାପାନୀ ଅକ୍ଷର କାମ ନ କରିବାରୁ ସମସ୍ତ ନିବନ୍ଧ ଲାଟିନ୍ ଅକ୍ଷର କିମ୍ବା ରୋମାଜିରେ ଲେଖାଯାଉଥିଲା । ପ୍ରଥମ ନିବନ୍ଧର ନାମ ଥିଲା ନିହୋଙ୍ଗୋ ନୋ ଫୁନିମେକୁସୁ । ଡିସେମ୍ବର ପର୍ଯ୍ୟନ୍ତ ଜାପାନୀ ୱିକିରେ କେବଳ ଦୁଇଟି ନିବନ୍ଧ ତିଆରି ହୋଇଥିଲା।[୩]
ବିସ୍ତାର
[ସମ୍ପାଦନା]୩୧ ଜାନୁଆରୀ ୨୦୦୩ ତାରିଖରେ ଜାପାନର ଅନଲାଇନ୍ ପତ୍ରିକା ୱିୟାର୍ଡ ନ୍ୟୁଜ୍ ତାଙ୍କ ଜାପାନୀ ଭାଷା ସଂସ୍କରଣରେ ଉଇକିପିଡ଼ିଆ ସମ୍ପର୍କରେ ସମାଚାର ପ୍ରକାଶ କରିଥିଲା। ଏହାର ପରିଣାମସ୍ୱରୂପ ଜାପାନୀ ଉଇକିପିଡ଼ିଆର ଅବଦାନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଲା ଏବଂ ଅନେକ ପୃଷ୍ଠା ଅନୁବାଦ ଓ ନୂତନଭାବେ ସୃଷ୍ଟି ହେଲା।
୧୨ ଫେବୃଆରୀ ୨୦୦୩ ତାରିଖରେ ଜାପାନୀ ଉଇକିପିଡ଼ିଆରେ ୧,୦୦୦ତମ ନିବନ୍ଧ ସୃଷ୍ଟି ହୋଇଥିଲା, ଯେଉଁଥିକି ଇଂରାଜୀ ଉଇକିପିଡ଼ିଆ ଦୁଇ ବର୍ଷ ପୂର୍ବରୁ ଏହି ମାଇଲସ୍ଟୋନ୍ ସ୍ପର୍ଶ କରିଥିଲା। ଏହି ସଫଳତାର ପ୍ରଚ୍ଛଦପଟରେ ସ୍ଲାଶଡଟ୍ ଜାପାନ ଜାପାନୀ ଉଇକିପିଡ଼ିଆ ସମ୍ପର୍କରେ ଗୋଟିଏ ନିବନ୍ଧ ପ୍ରକାଶ କରିଥିଲା। ଅତି କମ୍ ସମୟ ମଧ୍ୟରେ ଅବଦାନକାରୀଙ୍କ ସଂଖ୍ୟା ଦୁଇଗୁଣା ହୋଇଗଲା । ପଦାର୍ଥବିଜ୍ଞାନ, ଜୀବବିଜ୍ଞାନ, ସୂଚନା ପ୍ରଯୁକ୍ତି, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ତାରକାମାନଙ୍କୁ ନେଇ ପ୍ରଚୁର ନିବନ୍ଧ ସୃଷ୍ଟି ହେଲା।
ପୁରସ୍କାର
[ସମ୍ପାଦନା]୨୦୦୪ ମସିହାର ସେପ୍ଟେମ୍ବର ମାସରେ ଜାପାନୀ ଉଇକିପିଡ଼ିଆ “2004 Web Creation Award Web-Person Special Prize” ପୁରସ୍କାର ଜାପାନ ଏଡଭର୍ଟାଇଜର୍ସ ଏସୋସିଏସନ୍ ଠାରୁ ପାଇଥିଲା।[୪] ସାଧାରଣତଃ ଏହି ପୁରସ୍କାର ଜାପାନୀ ୱେବରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିଙ୍କୁ ଦିଆଯାଏ। ଜାପାନୀ ଉଇକିପିଡ଼ିଆ ପକ୍ଷରୁ ଦୀର୍ଘ ସମୟ ଧରି କାମ କରୁଥିବା ଗୋଟିଏ ଉଇକିପିଡ଼ିଆନ୍ ଏହି ପୁରସ୍କାର ଗ୍ରହଣ କରିଥିଲେ।
ଆଧାର
[ସମ୍ପାଦନା]- ↑ Richey, Jason (2001-05-11). "[Wikipedia-l] new language wikis". Retrieved 2026-01-16.
- ↑ From the Wayback Machine: An early English Wikipedia "HomePage" dated 2001-03-30, with links to sister projects in "Deutsch (German)", "Catalan", and "Nihongo" (Japanese).
- ↑ জাপানি ভাষার উইকিপিডিয়ার পুরনো প্রধান পাতা (সংশোধন #3), তারিখ ২০০১-০৩-২০, রোমানিকৃত জাপানি ব্যবহার করে। A subsequent version (revision #5, dated 2001-03-23 14:52) attempts at vertical text.
- ↑ "ギョーム・ブランシャー:第9回 Webクリエーション・アウォード". award.wab.ne.jp. Archived from the original on 2012-03-02. Retrieved 2026-01-16.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
